ଓଡ଼ିଆ (TGT Odia)
ନିମ୍ନୋକ୍ତ ବିଷୟ ପାଠ୍ୟକ୍ରମ ପରୀକ୍ଷା ନିମନ୍ତେ ଉଦ୍ଦିଷ୍ଟ:
କାବ୍ୟ
* କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ (ପ୍ରଥମ ଛାନ୍ଦ) – କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ
* ମଥୁରା ମଙ୍ଗଳ (ପ୍ରଥମ ଓ ଶେଷ ଛାନ୍ଦ) – ଭକ୍ତଚରଣ ଦାସ
* ଦରବାର – ରାଧାନାଥ ରାୟ
କବିତା
* ବଳି ଉପାଖ୍ୟାନ – ବଳରାମ ଦାସ
* ସ୍ତୁତି ଚିନ୍ତାମଣି (ସପ୍ତବିଂଶ ବୋଲି) – ଭୀମ ଭୋଇ
* ମଧୁମୟ – ଗଙ୍ଗାଧର ମେହେର
* କବିର ବ୍ୟଥା – ଚିନ୍ତାମଣି ବେହେରା
* ଚନ୍ଦ୍ରମାର ଚୂଡ଼ି – ଉମାକାନ୍ତ ମିଶ୍ର
ନାଟକ ଓ ଏକାଙ୍କିକା
* ଭରସା – ଗୋପାଳ ଛୋଟରାୟ
* ଅବରୋଧ – ମନୋରଞ୍ଜନ ଦାସ
* ଅଦୃଶ୍ୟ ନଟ (ଏକାଙ୍କିକା ସଙ୍କଳନ) – ହରିହର ମିଶ୍ର
* ଉଡ଼ନ୍ତା ପାହାଡ଼ର ଦର୍ଜା – ରମେଶ ପାଣିଗ୍ରାହୀ
ଗଳ୍ପ
* ବୁଢ଼ା ଶଙ୍ଖାରୀ – ଲକ୍ଷ୍ମୀକାନ୍ତ ମହାପାତ୍ର
* ବିଶ୍ୱାସ – ଗୋପୀନାଥ ମହାନ୍ତି
* ଘାସ – ରାଜକିଶୋର ପଟ୍ଟନାୟକ
ପ୍ରବନ୍ଧ ଓ ଅନ୍ୟାନ୍ୟ ଗଦ୍ୟ
* ସାହିତ୍ୟ ଓ ଜୀବନ – ବିଶ୍ୱନାଥ କର
* ମାନବିକତାର ମାନଦଣ୍ଡ – ରତ୍ନାକର ପତି
* ଏକଲବ୍ୟର କଥା – ରଞ୍ଜନ ଦାସ
* ସେମାନଙ୍କର ଆତ୍ମଲିପି (ସତ୍ୟବାଦୀ ସ୍କୁଲର ମଧ୍ୟାହ୍ନ, ରାଜନୀତିରୁ ସାହିତ୍ୟ ଓ ସାମ୍ବାଦିକତା) – ଶରତ ଚନ୍ଦ୍ର ରଥ
* ତୀରେ ତୀରେ ତୀର୍ଥ – ଡ. ବିଭୂତି ପଟ୍ଟନାୟକ
ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ୱ
* ରସ, ରୀତି ଓ ଗୁଣର ସଂଜ୍ଞା, ସ୍ୱରୂପ ଓ ପ୍ରୟୋଗ ବିଧି
* ଅଳଙ୍କାର: ସଂଜ୍ଞା, ସ୍ୱରୂପ ଓ ବିକାଶ ଧାରା (ନିମ୍ନଲିଖିତ ଅଳଙ୍କାର ସମ୍ପର୍କରେ ବିଶେଷ ଅଧ୍ୟୟନ)
* ଅନୁପ୍ରାସ, ଯମକ, ଶ୍ଳେଷ, ଉପମା, ବ୍ୟତିରେକ, ବିଭାବନା ଇତ୍ୟାଦି
* କ୍ଲାସିସିଜିମ୍, ରୋମାଣ୍ଟିସିଜିମ୍, ଚିତ୍ରକଳ୍ପ, ପ୍ରତୀକ
ସାହିତ୍ୟର ସଂଜ୍ଞା ଓ ସ୍ୱରୂପ
* କାବ୍ୟ, କବିତା, ନାଟକ, ଗଳ୍ପ, ଉପନ୍ୟାସ ଓ ପ୍ରବନ୍ଧର ସଂଜ୍ଞା, ସ୍ୱରୂପ ଓ ବୈଶିଷ୍ଟ୍ୟ
ଭାଷା ଓ ଭାଷା ବିଜ୍ଞାନ
* ଭାଷାର ସଂଜ୍ଞା, ସ୍ୱରୂପ, ଲକ୍ଷଣ ଓ ଉତ୍ପତ୍ତି ସମ୍ପର୍କୀୟ ସିଦ୍ଧାନ୍ତ
* ଓଡ଼ିଆ ଭାଷାର ଉତ୍ପତ୍ତି ଓ କ୍ରମବିକାଶର ଧାରା (ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ)
* ଓଡ଼ିଆ ଶବ୍ଦଭଣ୍ଡାର ଓ ବିଭିନ୍ନ ଶବ୍ଦର ପରିଚୟ
* ଓଡ଼ିଆ ଭାଷା ଉପରେ ଦ୍ରାବିଡ଼, ଯାବନିକ ଓ ଇଂରାଜୀ ଭାଷାର ପ୍ରଭାବ
* ବାକ୍ୟର ସଂଜ୍ଞା, ସ୍ୱରୂପ ଓ ରୂପାନ୍ତର; ପ୍ରତ୍ୟୟ ବିଚାର (ଉପସର୍ଗ, କୃଦନ୍ତ, ତଦ୍ଧିତ, ରୂଢ଼ି, ସମାସ)
ଲୋକସଂସ୍କୃତି ଓ ଲୋକସାହିତ୍ୟ / ସାହିତ୍ୟ ଇତିହାସ
* ଲୋକସଂସ୍କୃତି ଓ ଲୋକସାହିତ୍ୟର ସଂଜ୍ଞା ଓ ସ୍ୱରୂପ
* ଲୋକଗୀତ, ପ୍ରବାଦ ଓ ପ୍ରବଚନର ସଂଜ୍ଞା ଓ ସ୍ୱରୂପ
* ଲୋକନାଟକର ସଂଜ୍ଞା, ପ୍ରକାରଭେଦ ଓ ଲୋକପ୍ରିୟତା
* ଲୋକକଥାର ସ୍ୱରୂପ ଓ ବୈଶିଷ୍ଟ୍ୟ
* ଆଧୁନିକ ଓଡ଼ିଆ ସାହିତ୍ୟର ଉନ୍ମେଷ ଓ ବିକାଶ (୧୮୦୧-୧୯୪୭ ପର୍ଯ୍ୟନ୍ତ)
METHODOLOGY OF TEACHING ODIA
* Psychology of language learning and acquisition with reference to Odia as mother tongue.
* Problems and issues related to acquisition of Odia language in multi-lingual context.
* Traditional versus Modern methods of teaching learning Odia.
* Different approaches and strategies to the teaching learning of:
* Odia prose (detailed and non-detailed)
* Odia poetry
* Odia Composition (through Rubric)
* Odia Grammar
* Strategies of enrichment of Odia Vocabulary (word formation and spelling).
* Strategies for development of creative writing skills.
* Preparation of Unit plan.
* Preparation of lesson plan following Constructivist approach (5E and ICON Models).
* Learning resources and planning learning activities.
* Learning assessments in Odia: Assessing comprehension and expression skills, preparation of objective based and objective type test items.
* Portfolio Assessment in Odia.
* Comprehensive Assessment of learning in Odia.
* Planning remedial measures.
ଉପନ୍ୟାସର ସଂଜ୍ଞା ଓ ସ୍ଵରୂପ
‘ଉପନ୍ୟାସଃ ପ୍ରସାଦନମ୍’ - ମନୋବିନୋଦ ଉପନ୍ୟାସ ସୃଷ୍ଟିର ମୁଖ୍ୟ ଲକ୍ଷ୍ୟ; କିନ୍ତୁ କେବଳ ମନୋବିନୋଦ କିମ୍ବା ରୋମାଞ୍ଚକର କାହାଣୀ ପରିବେଷଣ ଉପନ୍ୟାସର ମୂଳ ଲକ୍ଷ୍ୟ ନୁହଁ । ଜୀବନର ପ୍ରତ୍ୟେକ ବାସ୍ତବ ରୂପକୁ ଏହା ପ୍ରକଟିତ କରିଥାଏ । ସୁତରାଂ ଏହା ଏକ ମାନବବାଦୀ କଳା । ମାନବ ଜୀବନର ସୁଖ-ଦୁଃଖ, ଦୈନ୍ୟଯନ୍ତ୍ରଣା, ସମାଜର ବାସ୍ତବ ପ୍ରତିଛବି ତଥା ଲୋକ ଚରିତ୍ରର ବାସ୍ତବ ପରିପ୍ରକାଶ ଉପନ୍ୟାସରେ ପ୍ରତିଫଳିତ ହୋଇଥାଏ । ଇଂରାଜୀ ସମାଲୋଚକ Walter Allen ତାଙ୍କର 'English Novel' ରେ ଏ ସଂପର୍କରେ ତେଣୁ ଲେଖୁଛନ୍ତି- "We find there a close imitation of man and manners, we see the very web and texture of society, it's reality exists and we meet it when we come into the world.” ଏ ପରିପ୍ରେକ୍ଷୀରେ ଉପନ୍ୟାସର ସଂଜ୍ଞା ନିରୂପଣ କରିବାକୁ ଯାଇ ହିନ୍ଦୀ ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦ୍ର କହନ୍ତି- “ମେଁ ଉପନ୍ୟାସ କା ମାନବ ଚରିତ୍ର କା ଚିତ୍ର ମାତ୍ର ସମଝାତାହୁଁ । ମାନବ ଚରିତ୍ର ପର୍ ପ୍ରକାଶ ଡାଲନା ଔର ଉସ୍ କେ ରହସୋ କୋ ଖୋଲନା ହଁ ଉପନ୍ୟାସକା ମୂଳତତ୍ତ୍ବ ହେ ।”
ଉପନ୍ୟାସ କେବଳ କାହାଣୀ କହି ନ ଥାଏ, ମନୁଷ୍ୟ ଜୀବନର ବାସ୍ତବ କଥା ହିଁ କହିଥାଏ । ଜୀବନ ଓ ଜଗତ ଉପରେ ଆଧାରିତ ଚିତ୍ର ଉପରେ ଉପନ୍ୟାସଟିଏ ଗଢ଼ି ଉଠିଥାଏ । ସାଂପ୍ରତିକ କାଳରେ ଉପନ୍ୟାସ ମାନବ ଜୀବନର ସୁଖ-ଦୁଃଖ, ଆଶାଆକାଂକ୍ଷାର ବାର୍ତ୍ତାବହ ହୋଇପାରିଛି ।
ଆଧୁନିକ ଓଡ଼ିଆ କବିତାର ଉନ୍ମେଷ
ସାଧାରଣତଃ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତି କର ସମ୍ମାନ କବି ରାଧାନାଥଙ୍କୁ ଦିଆଯାଇଥିଲେହେଁ ବାସ୍ତବରେ ତା’ଙ୍କ ସହିତ ମଧୁସୂଦନ ଓ ଫକୀରମୋହନ ମଧ୍ୟ ଉକ୍ତ ସମ୍ମାନର ଅଧିକାରୀ । କବି ରାଧାନାଥ ରାୟ ଆଧୁନିକ କାବ୍ୟକ୍ଷେତ୍ରରେ ନୂତନତାର ପରୀକ୍ଷା ଚଳାଇଥିବା ବେଳେ ମଧୁସୂଦନ ଗୀତିକବିତା ଓ ପ୍ରବନ୍ଧ ଏବଂ ଫକୀରମୋହନ ଉଭୟ କଥାସାହିତ୍ୟ ଓ ଗୀତିକବିତା କ୍ଷେତ୍ରରେ ବହୁ ନୂତନତାର ପରୀକ୍ଷା କରି ସଫଳତାର ଅକାରୀ ହୋଇଥିଲେ । ରାଧାନାଥ ପ୍ରଥମେ ଯେଉଁ ପ୍ରାଚୀ ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମନ୍ବୟ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବର୍ତ୍ତନ କଲେ, ମଧୁସୂଦନ ଏବଂ ଫକୀରମୋହନ ତାହାକୁ ଅଧିକ ଲୋକପ୍ରିୟ ଓ ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ ।
ବର୍ତ୍ତମାନ ପୃଥିବୀରେ ପ୍ରାୟ ୨୭୯୬ ଭାଷା କଥିତ ହେଉଅଛି । ଏଗୁଡ଼ିକୁ କେତୋଟି ଭାଷା ପରିବାରରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହି ଭାଷା ପରିବାରଗୁଡ଼ିକ ମଧ୍ୟରେ ୮ଟି ପରିବାର ମୁଖ୍ୟ । ଯଥା ଇଣ୍ଡୋ-ୟୁରୋପୀୟ ବା ଇଣ୍ଡୋଜର୍ମାନିକ୍, ସେମିଟିକ୍-ହେମିଟିକ୍ସ , ଫିନୋ-ଉଗ୍ରୀଆନ୍, ତୁର୍କୀ-ମଙ୍ଗୋଲ-ମାଞ୍ଚୁ , ଇଣ୍ଡୋ-ଚାଇନିଜ୍ ବା ଚିନୋ-ତିବବତାନ୍, ଦ୍ରାବିଡ଼, ବାନ୍ଟୁ ଓ ଅଷ୍ଟିକ୍ ଭାଷା ପରିବାର ।କେବଳ ଭାରତବର୍ଷରେ ନୁହେଁ ବ୍ରହ୍ମଦେଶ, ଇଣ୍ଡୋଚୀନ୍, ମାଳୟ, ନିକୋବର, ଇଣ୍ଡୋନେସିଆ, ପଲିନେସିଆ, ପ୍ରଶାନ୍ତମହାସାଗରୀୟ ଦ୍ୱୀପପୁଞ୍ଜ, ଅଷ୍ଟ୍ରେଲିଆ ଓ ଆଫ୍ରିକାରେ ବିପୁଳ ସଂଖ୍ୟାରେ ଆଦିବାସୀମାନେ ବାସକରୁଛନ୍ତି । ପ୍ରତ୍ନତାତ୍ତିକମାନେ ବିଶ୍ବାସ କରନ୍ତି ଯେ ଏକଦା ‘ଗଣ୍ଡୱାନା ଲ୍ୟାଣ୍ଡ ନାମକ ଏକ ବିରାଟ ଭୂଖଣ୍ଡର ଏମାନେ ଥିଲେ ଅଧିବାସୀ । କାଳକ୍ରମେ ଏହି ବିରାଟ ଭୂଖଣ୍ଡ ଖଣ୍ଡବିଖଣ୍ଡ ହୋଇଯାଇଛି ଓ ତେଣୁ ଆଦିବାସୀମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ତଥାପି ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ଭାଷାଗତ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଥାଏ ।
ଓଡ଼ିଶାର ଆଦିବାସୀ ଭାଷାଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।