Pay on: 8763232327@ybl

After payment fill the form
https://forms.gle/a89NGkTPPppVEXJSA
ଆପଣ ପଇସା ପଠେଇଥିବା ଫୋନ ନମ୍ବର ସହ Email ID କୁ ମାତୃଏକାଡେମୀ ର WhatsApp ନମ୍ବର 8763232327କୁ ପଠାଇ ଦିଅନ୍ତୁ| 24 ଘଣ୍ଟା ଭିତରେ ଆପଣ ପାଠ୍ୟକ୍ରମର ଲାଭ ନେଇପାରିବେ
TGT ODIA(ଓଡିଆ) 2024-25
Section-l (30 Marks )
Section-l କ -ପ୍ରାଚୀନ ସାହିତ୍ୟ
ଚର୍ଯ୍ୟା ସାହିତ୍ୟ – (ସରହପା, ଶବରିପା, ଲୁଇପା ଓ କାହ୍ନୁପା)
ଓଡ଼ିଶାର ନାଥ ଧର୍ମ ଓ ନାଥ ସାହିତ୍ୟ
ଓଡିଶାର ଶୈବଧର୍ମ ଓ ଶୈବ ସାହିତ୍ୟ.
ପ୍ରାଚୀନ ଓଡ଼ିଆ ଗଦ୍ୟ ସାହିତ୍ୟ
ଲୋକ ସାହିତ୍ୟ (ଲୋକ ଗୀତ, ଲୋକ କାହାଣୀ, ଲୋକ ନାଟକ)
ସାରଳା ସାହିତ୍ୟ
କୋଇଲି ସାହିତ୍ୟ
ଚଉତିଶା ସାହିତ୍ୟ
ପଞ୍ଚସଖା ସାହିତ୍ୟ
Section-l ଖ -ମଧ୍ୟଯୁଗୀୟ ସାହିତ୍ୟ
ଅର୍ଜୁନ ଦାସ, ଦେବ ଦୁର୍ଲ୍ଲଭ ଦାସ, ଶିଶୁଶଙ୍କର ଦାସ, ନରସିଂହ ସେଣ, ବିଷ୍ଣୁ ଦାସ, ଦୀନକୃଷ୍ଣ ଦାସ,
ଧନଞ୍ଜୟ ଭଞ୍ଜ, ଭୂପତି ପଣ୍ଡିତ, ଉପେନ୍ଦ୍ର ଭଞ୍ଜ, ହଳଧର ପଟ୍ଟନାୟକ, ବୃନ୍ଦାବତୀ ଦାସ, ଅଭିମନ୍ୟୁ
ସାମନ୍ତସିଂହାର, ବ୍ରଜନାଥ ବଡ଼ଜେନା, ବିଶ୍ବନାଥ ଖୁଣ୍ଟିଆ, ଭକ୍ତ ଚରଣ ଦାସ, କବିସୂର୍ଯ୍ୟ ବଳଦେବ
ରଥ, ଗୋପାଳକୃଷ୍ଣ, ଯଦୁମଣି ମହାପାତ୍ର, ଭୀମ ଭୋଇ।
Section-l ଗ -ଆଧୁନିକ ସାହିତ୍ୟ
ରାଧାନାଥ ସାହିତ୍ୟ
ସତ୍ୟବାଦୀ ସାହିତ୍ୟ
ସବୁଜ ସାହିତ୍ୟ
ପ୍ରଗତିବାଦୀ ସାହିତ୍ୟ
ଆଧୁନିକ ଗଳ୍ପ, ଉପନ୍ୟାସ, ନାଟକ, ଗଦ୍ୟ ଓ କବିତା
ପତ୍ର-ପତ୍ରିକା
Section-II (30 Marks }
Section-II ୨-ପ୍ରାଚ୍ୟ ଓ ପାଶ୍ଚାତ୍ୟ ସାହିତ୍ୟ ତତ୍ତ୍ବ।
କ୍ଲାସିକ ସାହିତ୍ୟ, ରୋମାଣ୍ଟିକ୍ ସାହିତ୍ୟ, ଚିତ୍ର-କଳ୍ପ, ଉପମା, ମିଥ୍, ପାଶ୍ଚାତ୍ୟ ସାହିତ୍ୟ,
ସମାଲୋଚନା ସାହିତ୍ୟ
ସାହିତ୍ୟର ବିଭିନ୍ନ ବାଦ
Section-III (30 Marks Section-III ୩.ଭାଷା ଓ ଭାଷା ବିଜ୍ଞାନ
ଓଡ଼ିଆ ଭାଷାର ଉତ୍ପରିଂ ଓ କ୍ରମ ବିକାଶ
ଓଡ଼ିଆ ଲିପିର କ୍ରମ-ବିକାଶଧାରା
ଓଡ଼ିଆ ଭାଷା ଉପରେ ବିଭିନ୍ନ ଭାଷାର ପ୍ରଭାବ (ଆଦିବାସୀ, ଦ୍ରାବିଡ଼ ଓ ଇଂରାଜୀ )
ଧ୍ବନି ବିଜ୍ଞାନ, ଶବ୍ଦ ବିଜ୍ଞାନ, ରୂପ ବିଜ୍ଞାନ, ଅର୍ଥ ବିଜ୍ଞାନ ଓ ବାକ୍ୟ ବିଜ୍ଞାନ
Section-IV (30 Marks )
Section-IV 4-ଓଡ଼ିଆ ବ୍ୟାକରଣ,
ଓଡ଼ିଆ ଭାଷା, ଧ୍ବନି, ଲିପି, ମାତ୍ରା,ଫଳା ଓ ଶବ୍ଦ
ଲିଙ୍ଗ, ବଚନ ଓ ପୁରୁଷ
ପଦ ପ୍ରକରଣ – (ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା ଓ ଅବ୍ୟୟ)
କ୍ରିୟା ବିଶେଷଣ
ସନ୍ଧି
ସମାସ
କୃଦନ୍ତ
ତଦ୍ଧିତ
ଉପସର୍ଗ
କାରକ ଓ ବିଭକ୍ତି
‘ଣ’ ତ୍ବ ବିଧ୍ ଓ ‘ଷ’ ତ୍ବ ବିଧ୍
ଅଶୁଦ୍ଧି ସଂଶୋଧନ
ବାକ୍ୟ ବିଚାର
ବାକ୍ୟ ପରିବର୍ତ୍ତନ
ପ୍ରତ୍ୟକ୍ଷ ଉକ୍ତି ଓ ପରୋକ୍ଷ ଉକ୍ତି
ବିପରୀତ ଶବ୍ଦ
ପ୍ରତିଶବ୍ଦ
ପ୍ରାୟ ସମୋଚ୍ଚାରିତ ଶବ୍ଦ
ବାକ୍ୟ ବିନ୍ୟାସ
ରୂଢ଼ି ଓ ଲୋକବାଣୀ
ଛନ୍ଦ ଓ ଅଳଙ୍କାର
ବିଭାଗ-V (30 Marks )
ବିଭାଗ-V ଓଡିଆ ଶିକ୍ଷାଦାନର ପଦ୍ଧତି
ଓଡ଼ିଆକୁ ମାତୃଭାଷା ଭାବେ ଉଲ୍ଲେଖ କରି ଭାଷା ଶିକ୍ଷା ଏବଂ ଅଗ୍ରହଣର ମନୋବିଜ୍ଞାନ
ବହୁଭାଷୀ ସନ୍ଦର୍ଭରେ ଓଡ଼ିଆ ଭାଷାର ଅଧୂଗ୍ରହଣ ସମ୍ବନ୍ଧୀୟ ସମସ୍ୟା ଏବଂ ପ୍ରସଙ୍ଗ
ଓଡ଼ିଆ ଶିକ୍ଷାଦାନର ପାରମ୍ପରିକ ବନାମ ଆଧୁନିକ ପଦ୍ଧତି
ବିଭାଗ-V ଶିକ୍ଷାଦାନ ପାଇଁ ବିଭିନ୍ନଆଭିମୁଖ୍ୟ ଓ କୌଶଳ:
ଓଡ଼ିଆ ଗଦ୍ୟ
ଓଡ଼ିଆ କବିତା
ଓଡ଼ିଆ ରଚନା (ରୁଦ୍ରିକ ମାଧ୍ୟମରେ)
ଓଡ଼ିଆ ବ୍ୟାକରଣ
•ଓଡ଼ିଆ ଶବ୍ଦଭଣ୍ଡାର (ଶବ୍ଦ ଗଠନ ଏବଂ ବନାନ) କୁ ସମୃଦ୍ଧ କରିବାର କୌଶଳ
• ସୃଜନଶୀଳ ଲିଖନ କୌଶଳର ବିକାଶ
ଏକକ ଯୋଜନା ପ୍ରସ୍ତୁତି
ଗଠନମୂଳକ ଆଭିମୁଖ୍ୟ ଅନୁସରଣ କରି ପାଠ୍ୟ ଯୋଜନା ପ୍ରସ୍ତୁତି
ଶିକ୍ଷଣ ସମ୍ବଳ ଏବଂ ଶିକ୍ଷଣ କାର୍ଯ୍ୟକଳାପ ଯୋଜନା
·ଓଡ଼ିଆରେ ଶିକ୍ଷଣ ମୂଲ୍ୟାଙ୍କନ : ବୋଧଗମ୍ୟ ଏବଂ ଅଭିବ୍ୟକ୍ତି ଦକ୍ଷତାର ମୂଲ୍ୟାଙ୍କନ, ବସ୍ତୁନିଷ୍ଠ ଆଧାରିତ
ବସ୍ତୁନିଷ୍ଠ ପ୍ରକାରର ପରୀକ୍ଷା ପ୍ରସ୍ତୁତ କରିବା।
•ଓଡ଼ିଆ ଭାଷାରେ ଶିକ୍ଷାର ବ୍ୟାପକ ମୂଲ୍ୟାଙ୍କନ ।
ବୋଧଗମ୍ୟ ଶିକ୍ଷଣ ପ୍ରକ୍ରିୟା e
• ଶିକ୍ଷଣର ଫଳାଫଳ ପ୍ରକ୍ରିୟା
•ଶ୍ରେଣୀଗୃହ ବିବିଧତାର ସମାଧନ କରିବା (ଗୋଷ୍ଠି ଶିକ୍ଷା ଓ ପରୀକ୍ଷା)
• ଶିକ୍ଷକ ପ୍ରସ୍ତୁତି ଓ ମାନବିକୃତ ପରୀକ୍ଷଣ
• ପରୀକ୍ଷାର ନିୟମାବଳୀ ଓ ପଦକ୍ଷେପ
ପ୍ରତିଚିତ୍ର ମୂଲ୍ୟାଙ୍କନର ବିକାଶ
ପରୀକ୍ଷଣ ନିମନ୍ତେ ଆବଶ୍ୟକୀୟ ପ୍ରଶ୍ନ-ପତ୍ର ପ୍ରସ୍ତୁତ
ଓଡ଼ିଆ ଜାତିର ଧର୍ମ, ଇତିହାସ ତଥା ଭାଷା ବିଷୟକ ବହୁ ଆଲେଚନାରେ ମାଦଳାପାଞ୍ଜି ବିଶେଷତଃ ଓଡ଼ିଶାର ବହୁକାଳ ଧରି ଏକ ଗୁରୁତ୍ୱପୁର୍ଣ୍ଣ ସ୍ଥାନ ଅଧିକାର କରି ଆସିଅଛି । ଇତିହାସ ସଂକଳନରେ ମାଦଳାପାଞ୍ଜି ର ଭୂମିକା ଯେ ଅତ୍ୟନ୍ତ ଗୁରୁତ୍ବପୁର୍ଣ୍ଣ ଏ କଥାକୁ କେବେହେଲେ ଅସ୍ବୀକାର କରିଯାଇ ପାରିବ ନାହିଁ । ବହୁ ଓଡ଼ିଆ ତଥା ଅଣଓଡ଼ିଆ ଗବେଷକ ଓ ଅଲୋଚକ ମାଦଳାପାଞ୍ଜି ବିଷୟରେ ବହୁ ଦିଗରୁ ଆଲୋଚନା କରିଛନ୍ତି ।
ମାଦଳା ପାଞ୍ଜି ଓଡ଼ିଆ ଭାଷାର ପ୍ରାଚୀନ ଗଦ୍ୟ ରଚନା ରୂପେ ଗୃହୀତ ହୋଇଥାଏ ମାତ୍ର ସାହିତ୍ୟ ଆଲୋଚନାରେ ମାଦଳା ପାଞ୍ଜିକୁ ବିଶେଷ ରୂପେ ମୁଖ୍ୟସ୍ଥାନ ଦିଆଯାଇ ନ ଥାଏ l ସାହିତ୍ୟ ଦୃଷ୍ଟିରୁ ରୁଦ୍ର ସୁଧାନିଧି ପ୍ରାଚୀନ ଓଡ଼ିଆ ଗଦ୍ୟ ଭାବରେ ଗୃହୀତ ହୋଇଅଛି l ଏହାର ରଚନାଗତ ହିଁ ଏହାର ପ୍ରାଚୀନତାର ପ୍ରମାଣ l କେହି କେହି ଏହାକୁ ଭଞ୍ଜ ଯୁଗର ରଚନା ବୋଲି କହନ୍ତି, କାରଣ ଏହାର ଭାଷାରେ ଅଳଂକାରିତା ଭରି ରହିଛି l ଏହାର ଗଦ୍ୟ ରଚନା ର ଗୋଟିଏ ସ୍ୱାତନ୍ତ୍ର୍ୟ ଅଛି l ଏହାକୁ ଗୀତିମୟ ଗଦ୍ୟ ରୂପେ ଆଖ୍ୟାୟିତ କରାଯାଇପାରେ l ଉଚ୍ଚାରଣରେ ଏହାର ଶ୍ରୁତି ମାଧୁର୍ଯ୍ୟ ଉପଲବ୍ଧି କରିହୁଏ l ଏହାର ରଚନା ବା ଗଦ୍ୟ ଏ ବିଷୟରେ ଅନେକ ଆଲୋଚନା ହୋଇଯାଇଛି l ସେଠି ମଧ୍ୟରୁ ଅଧ୍ୟାପକ ପ୍ରଲ୍ହାଦ ପ୍ରଧାନଙ୍କର ଝଙ୍କାର ପଞ୍ଚମ ବର୍ଷ ତୃତୀୟ ସଂଖ୍ୟା ଦଶମ ବର୍ଷ ପ୍ରଥମ ସଂଖ୍ୟା ପ୍ରକାଶିତ ପ୍ରବନ୍ଧ ଗୁଡିକ ଦ୍ରଷ୍ଟବ୍ୟ l ସେ ଯାହା ହେଉ ନ କାହିଁକି ରୁଦ୍ରସୂଧାନିଧୀର ରଚନା ଯେ ଗଦ୍ୟରେ ହୋଇଛି ଏଥିରେ ଦ୍ଵିଧା କରିବାର କିଛି ନାହିଁ l ଏହାର ରଚୟିତା ନାରାୟଣାନନ୍ଦ ଅବଧୂତ ସ୍ୱାମୀ ଆରମ୍ଭରେ ନିଜର ପରିଚୟ ପ୍ରଦାନ କରିଅଛନ୍ତି l ସେ ଏକାମ୍ରବନର ଜଣେ ପ୍ରସିଦ୍ଧ ଯୋଗୀ ଥିଲେ l ସେ ବେଦ, ଶାସ୍ତ୍ର , ବ୍ୟାକରଣ , ପୁରାଣ, ଗୀତା ପ୍ରଭୃତି ବହୁବିଧ ବିଦ୍ୟାରେ ପାରଦର୍ଶିତା ଲାଭ କରିଥିଲେ ତାହାର ଏକ ତାଲିକା ଦେଇଛନ୍ତି l
ସ୍ବର୍ଗତ ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଗଦ୍ୟାପଦ୍ୟଦର୍ଶ ସଙ୍କଳନ କରିବା ସମୟରେ ତହିଁରେ ବତ୍ସାଦାସଙ୍କ ରଚିତ କଳସା ଚଉତିଶାକୁ ସ୍ଥାନ ଦେଇଥିଲେ। କଳସା ଚଉତିଶାର କବି ବତ୍ସାଦାସଙ୍କ ସମ୍ବନ୍ଧରେ କୌଣସି ପ୍ରକାର ପରିଚୟାତ୍ମକ ବିବରଣୀ ହସ୍ତକ୍ଷେପ ହୋଇନଥିବାରୁ କେବଳ ରଚନାଟି ଉପରେ ନିର୍ଭର କରି ତାର କାଳ ନିରୂପଣ କରିବାକୁ ଓଡ଼ିଆ ସାହିତ୍ୟର ସମାଲୋଚକଗଣ ଚେଷ୍ଟା କରିଛନ୍ତି। ଅଧ୍ୟାପକ ଆର୍ତ୍ତବଲ୍ଲଭ ମହାନ୍ତି ପ୍ରାଚୀନ ଗଦ୍ୟାପଦ୍ୟଦର୍ଶରେ ଲେଖିଛନ୍ତି ଯେ , ପ୍ରାଚୀ ସମିତି ଦ୍ବାରା ଚତୁର୍ଦ୍ଦଶ ଶତାବ୍ଦୀରେ ରଚିତ କଳସା ଚଉତିଶାର ଆବିଷ୍କାର ସ୍ପଷ୍ଟ ଭାବରେ ପ୍ରମାଣ କରେ ଯେ ଓଡ଼ିଶାର ସାହିତ୍ୟ ସୃଷ୍ଟିର ପରିବେଶ ଅନ୍ତତଃ ଦ୍ୱାଦଶ ଶତାବ୍ଦୀ ପୁର୍ବରୁ ସୃଷ୍ଟି ହୋଇଥିଲା । ଏହି ମତ ପ୍ରକାଶ କରିବା ସଙ୍ଗେ ସଙ୍ଗେ ସେ ପୁଣି କଳସା ଚଉତିଶା ରଚନାର କାଳ ନିର୍ଦ୍ଦେଶ କରିବାକୁ ଯାଇ ମତ ଦେଲେ ଯେ ସାରଳା ମହାଭାରତରେ କଳସାର ଉଲ୍ଲେଖ ରହିଛି। ଏଥିରୁ ସ୍ପଷ୍ଟ ଭାବରେ ଜଣାଯାଏ ଯେ ସାରଳା ଦାସଙ୍କ ସମୟକୁ କଳସା ଚଉତିଶା ଓଡ଼ିଶାରେ ଲୋକପ୍ରିୟ ହୋଇସାରିଛି। ଏ ପ୍ରକାର ଲୋକପ୍ରିୟତା ଲାଭ କରିବା ନିମିତ୍ତ ପ୍ରାୟ ଏକ ଶତ ବର୍ଷ ଲାଗିଥିବ। ତେଣୁ ଆମେ ବତ୍ସାଦାସଙ୍କୁ ସହଜରେ ଚତୁର୍ଦ୍ଦଶ ଶତାବ୍ଦୀରେ ଅବସ୍ଥାପିତ କରିପାରିବା।
ସାରଳା ଦାସଙ୍କ ଜନ୍ମସ୍ଥାନ ସମ୍ପର୍କରେ ବିଭିନ୍ନ ଆଲୋଚକ ଭିନ୍ନ ଭିନ୍ନ ମତ ବ୍ୟକ୍ତ କରନ୍ତି। ଖ୍ରୀ ରେ ରୟାଲ ଏସିଆଟିକ୍ ସୋସାଇଟି ଓଫ୍ ବେଙ୍ଗଲ ପତ୍ରିକାରେ ଓଡ଼ିଆ ଭାଷା ଓ ସାହିତ୍ୟ ପ୍ରବନ୍ଧରେ ମନମୋହନ ଚକ୍ରବର୍ତ୍ତୀ ସାରଳା ଦାସଙ୍କ ସମ୍ବନ୍ଧରେ ଅନୁସନ୍ଧାନ କରି ଲେଖିଅଛନ୍ତି ଯେ ସାରଳା ଦାସ ଝଙ୍କଡ଼ ପ୍ରଗଣା ଅନ୍ତର୍ଗତ କାଳିନାଗ ଗ୍ରାମର ଅଧିବାସୀ ଥିଲେ। ପୁନଶ୍ଚ ସେ ଲେଖିଛନ୍ତି ଯେ ପୁରୀ ରାଜା ସାରଳା ଦାସଙ୍କ କବିତ୍ୱରେ ମୁଗ୍ଧ ହୋଇ ତାଙ୍କୁ ଝଙ୍କଡ଼ ଓ ତିନିଗୋଟି ପ୍ରଗଣା ଦେଇଥିଲେ। ସାରଳା ଦାସଙ୍କ ବଂଶଧରଗଣ କାଳିନାଗ, ତେନ୍ତୁଳିପଦା ଓ ନିକଟବର୍ତ୍ତୀ ଅନ୍ୟାନ୍ୟ ଗ୍ରାମମାନଙ୍କରେ ଏବେ ମଧ୍ୟ ବିକ୍ଷିପ୍ତ ଭାବରେ ବାସ କରୁଅଛନ୍ତି। ସାରଳା ମହାଭାରତଠାରୁ କାଳିନାଗଠାରେ କବିଙ୍କ ଘର ଥିବା ଜଣାଯାଏ ନାହିଁ, କିନ୍ତୁ ଏ କାଳିନାଗ ଗ୍ରାମ ଅତ୍ୟନ୍ତ କ୍ଷୁଦ୍ର ଏବଂ ଅଦ୍ୟାପି ବଡ଼ ସାରୋଳ ଗ୍ରାମର ଅନ୍ତର୍ଭୁକ୍ତ ହୋଇ ରହିଅଛି।
ଉତ୍କଳର ପଞ୍ଚସଖାଙ୍କ ମଧ୍ୟରେ ବଳରାମ ଦାସ ବୟୋଜ୍ୟେଷ୍ଠ ଭାବରେ ଗୃହୀତ। ତାଙ୍କର ଜନ୍ମସ୍ଥାନ ଓ ଜନ୍ମ ସମୟ ନିରୂପଣରେ ଗ୍ରନ୍ଥାକାର ତଥା ଆଲୋଚକମାନଙ୍କର ମତଭିନ୍ନତା ପରିଦୃଷ୍ଟ ହୋଇଥାଏ। ବଳରାମଙ୍କର ଜନ୍ମସ୍ଥାନ ଓ ଜନ୍ମସମୟ ନିରୂପଣ ଲାଗି କିପରି ଭାବରେ ମତଭିନ୍ନତା ଦେଖାଦେଇଛି ତାହା ଆଲୋଚନା ପ୍ରସଙ୍ଗରେ ଉଦ୍ଧାର କରାଯାଇପାରେ।
ହଣ୍ଟରଙ୍କ ଇତିହାସ
ଜଗନ୍ନାଥ ଦାସଙ୍କର ଜୀବନଚରିତ ତାଙ୍କର କୌଣସି ରଚନାରେ ସୂଚିତ ହୋଇ ନାହିଁ । ତାଙ୍କ ଜୀବନ ସମ୍ବନ୍ଧରେ ବହୁ ଅଲୌକିକ କାହାଣୀ ଭକ୍ତମାନଙ୍କ ମୁଖରୁ ଶୁଣାଯାଇଥିଲେ ହେଁ ସେଗୁଡ଼ିକ ପ୍ରତି ଏ ଯୁଗରେ ଆସ୍ଥା ସ୍ଥାପନ କରିବା ସମ୍ଭବ ନୁହେଁ । ତଥାପି ତାଙ୍କର ପରବର୍ତ୍ତୀ କାଳରେ ରଚିତ କେତେକ ଗ୍ରନ୍ଥ ଉପରେ କେତେକ ପରିମାଣରେ ନିର୍ଭର କରିବାକୁ ପଡ଼ିଥାଏ । ଦିବାକର ଦାସଙ୍କ ରଚିତ ଜଗନ୍ନାଥ ଚରିତାମୃତ, ଈଶ୍ୱର ଦାସଙ୍କର ଚୈତନ୍ୟ ଭାଗବତ, ବଙ୍ଗୀୟ ଗୌଡୀୟ ବୈଷ୍ଣବ କବି ଶ୍ରୀକୃଷ୍ଣ ଦାସଙ୍କର ଚୈତନ୍ୟ ଚରିତାମୃତ ଆଦି କେତେକ ଗ୍ରଛ ଏ ଦିଗରେ ସହାୟତା କରିଥାଏ । ଏହି ଗ୍ରନ୍ଥଗୁଡ଼ିକର ବିବରଣୀ ବହୁ ସ୍ଥଳରେ ଅଲୌକିକ ଘଟଣାରେ ପୂର୍ଣ୍ଣ ହୋଇଥିବାରୁ ସେଗୁଡ଼ିକରୁ ବାସ୍ତବ ଘଟଣା ସଂଗ୍ରହ କରିବା କଷ୍ଟସାଧ୍ୟ ବ୍ୟାପାର । ଏହିସବୁ ଗ୍ରନ୍ଥରେ ପ୍ରଦତ୍ତ ଘଟଣା ଉପରେ ନିର୍ଭର କରି ମହାମହୋପାଧାୟ ସଦାଶିବ ମିଶ୍ର କାବ୍ୟକଣ୍ଠ ଅତିବଡ଼ୀ ଜଗନ୍ନାଥ ଦାସ ଗୋସ୍ଵାମୀ ଓ ଚିନ୍ତାମଣି ଆଚାର୍ଯ୍ୟ ଜଗନ୍ନାଥ ଦାସ ନାମରେ ଦୁଇ ଖଣ୍ଡି ପୁସ୍ତକ ରଚନା କରିଥିଲେ । ଏହି ପୁସ୍ତକ ଦୁଇଟି ମଧ୍ୟ ଜଗନ୍ନାଥ ଦାସଙ୍କ ଜୀବନର କୌଣସି ନୂତନ ଦିଗ ଉପରେ ଆଲୋକପାତ କରିବାରେ ସମର୍ଥ ହୋଇ ନାହିଁ । ଓଡ଼ିଆ ଭାଗବତର ରଚୟିତା ଭାବରେ ଜଗନ୍ନାଥ ଦାସ ଓଡ଼ିଶାର ଘରେ ଘରେ ପରିଚିତ ।
ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କର ଜନ୍ମସ୍ଥାନ କଟକ ଜିଲ୍ଲାର ନେମାଳ ନିକଟବର୍ତ୍ତୀ ତିଳକଣା ଗ୍ରାମ । ତାଙ୍କ ପିତାଙ୍କ ନାମ ଦୀନବନ୍ଧୁ ଖୁଣ୍ଟିଆ ଓ ମାତାଙ୍କ ନାମ ପଦ୍ମାବତୀ । ପିତାମାତା ଦୁହେଁ ଅତ୍ୟନ୍ତ ଧର୍ମପରାୟଣ ଥିଲେ । ଦୀନବନ୍ଧୁଙ୍କର ଈଶ୍ବର ନିଷ୍ଠା ଯଥେଷ୍ଟ ପରିମାଣରେ ଥିଲା। ସେ ପିତ୍ର, ଦେବଯ, ବ୍ରହ୍ମଯଜ୍ଞ, ମାନବଯଜ୍ଞ, ଓ ଭୂତଯଜ୍ଞ ସମାପନ କରିଥିଲେ । ତାଙ୍କର ଈଶ୍ବର ନିଷ୍ଠା ଫଳରେ ସେ ଯେଉଁ ପୁତ୍ରସନ୍ତାନ ଲାଭ କରିଥିଲେ ସେହି ପୁତ୍ର ସନ୍ତାନ ହେଉଛନ୍ତି ମହାପୁରୁଷ ଅଚ୍ୟୁତାନନ୍ଦ ଦାସ ।
ସାହିତ୍ୟର ଗତି ନଈର ସୁଅପରି । ନଈ ଯେପରି ସାମନା ଆଡ଼କୁ ମାଡ଼ିଚାଲିଲା ବେଳେ ବାଟ ମଝିରେ ବାଙ୍କ ବୁଲେ, ଗତି ବଦଳାଏ - ସାହିତ୍ୟ ମଧ୍ୟ ସେହିପରି ସବୁବେଳେ ସହଜ ସରଳ ଭାବରେ ଗତି କରେନାହିଁ । ସେ ମଧ୍ୟ ନଦୀ ପରି ମଝିମଝିରେ ବାଙ୍କବୁଲିବା ସଙ୍ଗେ ସଙ୍ଗେ ଗୋଟାଏ ବିଶେଷ ଧରଣର ବିଶିଷ୍ଟତା ରେ ମଣ୍ଡିତ ହୋଇ ପ୍ରବାହିତ ହୋଇଥାଏ । ନୂତନ ବିଶିଷ୍ଟତା ଅର୍ଜନ କରିବା ପାଇଁ, ନୂତନ ରୂପରେ ରୂପାୟିତ ହେବା ଲାଗି ନଈର ବାଙ୍କ ବୁଲିବା ଯେପରି – ସାହିତ୍ୟର ଗତି ପରିବର୍ତ୍ତନ ପ୍ରୟୋଜନର ମଧ୍ୟ ସେହିପରି ପୁରାତନ ରୂପ ବର୍ଜନ କରି ନୂତନ ବିଶିଷ୍ଟତାରେ ଓ ରୂପରେ ରୂପାୟିତ ହେବା ଲାଗି ହୋଇଥାଏ ।
ଅଭିମନ୍ୟୁ ସାମନ୍ତସିଂହାର ୧୧୬୪ ସାଲ (୧୭୫୭ ଖ୍ରୀଷ୍ଟାବ୍ଦ)ରେ ଯାଜପୁର ନିକଟସ୍ଥ ଗୋଳକୁଣ୍ଡ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।
‘‘ଜମ୍ବୁଦ୍ବୀପେ ଭାରତ ଖଣ୍ଡେ ଏ ସାର ମହୀ,
ମହୋଦଧୂ ଯାଜ ନଗ୍ର ମଧ୍ୟ ରମ୍ୟ ତହିଁ ଯେ ।
ସୁବିହାର ସ୍ଥାନ ଏଣୁ ଥିବାରୁ ସେ ଦେଶ,
ଗୋଳକୁଣ୍ଡ ନାମେ ଗ୍ରାମ ତହିଁ ତ ପ୍ରକାଶ ଯେ ।
ବ୍ରାହ୍ମୀ ନଦୀ ସେ ଗ୍ରାମର ସୀମା ଭେଦ ବହି,
ବିରାଟ ଗୋଧନ ରହିବାର ସ୍ଥାନ ସେହି ଯେ ।’’ (ପ୍ରେମଲତା)
ଗୋପାଳକୃଷ୍ଣଙ୍କ ପଦାବଳୀ-
ଗୋପାଳକୃଷ୍ଣ ଜଣେ ସର୍ବମାନ୍ୟ ବୈଷ୍ଣବ ପଦାବଳୀର ଓ ତାଙ୍କ ରଚିତ ପଦାବଳୀ ଓଡିଆ ସାହିତ୍ୟର ମହାର୍ଘ ସମ୍ପଦ। ସେ ରାଗାନୁଗାପନ୍ଥୀ ଗୌଡୀୟ ବୈଷ୍ଣବ ଥିଲେ । ତେଣୁ ତାଙ୍କ ରଚନାବଳୀ ସାଧାରଣତଃ ରାଧାକୃଷ୍ଣଙ୍କୁ କେନ୍ଦ୍ରକରି ରଚିତ। ଗୋପାଳକୃଷ୍ଣଙ୍କ ରଚନାବଳୀରେ ମୁଖ୍ୟତଃ ଶୃଙ୍ଗାର ରସ, ପ୍ରାଧନ୍ୟତା ପାଇଛି। ରାଧାକୃଷ୍ଣଙ୍କର ରାଗ ଅନୁରାଗ, ମନ, ଅଭିମତ କୃଷ୍ଣଙ୍କ ଚାଟୁ, ମିଳନ ବିରହ ଆଦି ଭାବ ଚମତ୍କାର ରୂପେ ରୂପାୟିତ ହୋଇଛି ।
ମହିମାସ୍ବାମୀ ଯଦିଓ ମହିମା ଧର୍ମର ପ୍ରାଣ ପ୍ରତିଷ୍ଠାତା ଭୀମଭୋଇ ସେହିପରି ମହିମାଧର୍ମର ପ୍ରସାର କର୍ତ୍ତା । ଭୀମଭୋଇଙ୍କ ବିନା ମହିମାଧର୍ମ ଏତେ ଲୋକପ୍ରିୟ ହୋଇ ନ ପାରି ସମୟ ର ସ୍ରୋତରେ ବି ଲୋପ ହୋଇଯାଇଥାନ୍ତା। ଏଥିରେ ସନ୍ଦେହ ନାହିଁ । ଭୀମଭୋଇଙ୍କର ଅମୂଲ୍ୟ ରଚନାବଳୀଗୁଡ଼ିକ ମହିମାଧର୍ମ ଦର୍ଶନ ତଥା ମହିମା ସ୍ବାମୀଙ୍କ ନୀତି ଉପଦେଶରେ ପରିପୂର୍ଣ୍ଣ । ଭୀମଭୋଇଙ୍କ ରଚନାବଳୀର ସଂଖ୍ୟା ଅଦ୍ୟାବଧି ସଠିକ ରୂପରେ ନିର୍ଣ୍ଣୟ କରାଯାଇନାହିଁ ।
ଉପନ୍ୟାସର ସଂଜ୍ଞା ଓ ସ୍ଵରୂପ
‘ଉପନ୍ୟାସଃ ପ୍ରସାଦନମ୍’ - ମନୋବିନୋଦ ଉପନ୍ୟାସ ସୃଷ୍ଟିର ମୁଖ୍ୟ ଲକ୍ଷ୍ୟ; କିନ୍ତୁ କେବଳ ମନୋବିନୋଦ କିମ୍ବା ରୋମାଞ୍ଚକର କାହାଣୀ ପରିବେଷଣ ଉପନ୍ୟାସର ମୂଳ ଲକ୍ଷ୍ୟ ନୁହଁ । ଜୀବନର ପ୍ରତ୍ୟେକ ବାସ୍ତବ ରୂପକୁ ଏହା ପ୍ରକଟିତ କରିଥାଏ । ସୁତରାଂ ଏହା ଏକ ମାନବବାଦୀ କଳା । ମାନବ ଜୀବନର ସୁଖ-ଦୁଃଖ, ଦୈନ୍ୟଯନ୍ତ୍ରଣା, ସମାଜର ବାସ୍ତବ ପ୍ରତିଛବି ତଥା ଲୋକ ଚରିତ୍ରର ବାସ୍ତବ ପରିପ୍ରକାଶ ଉପନ୍ୟାସରେ ପ୍ରତିଫଳିତ ହୋଇଥାଏ । ଇଂରାଜୀ ସମାଲୋଚକ Walter Allen ତାଙ୍କର 'English Novel' ରେ ଏ ସଂପର୍କରେ ତେଣୁ ଲେଖୁଛନ୍ତି- "We find there a close imitation of man and manners, we see the very web and texture of society, it's reality exists and we meet it when we come into the world.” ଏ ପରିପ୍ରେକ୍ଷୀରେ ଉପନ୍ୟାସର ସଂଜ୍ଞା ନିରୂପଣ କରିବାକୁ ଯାଇ ହିନ୍ଦୀ ସାହିତ୍ୟର କଥାସମ୍ରାଟ ପ୍ରେମଚନ୍ଦ୍ର କହନ୍ତି- “ମେଁ ଉପନ୍ୟାସ କା ମାନବ ଚରିତ୍ର କା ଚିତ୍ର ମାତ୍ର ସମଝାତାହୁଁ । ମାନବ ଚରିତ୍ର ପର୍ ପ୍ରକାଶ ଡାଲନା ଔର ଉସ୍ କେ ରହସୋ କୋ ଖୋଲନା ହଁ ଉପନ୍ୟାସକା ମୂଳତତ୍ତ୍ବ ହେ ।”
ଉପନ୍ୟାସ କେବଳ କାହାଣୀ କହି ନ ଥାଏ, ମନୁଷ୍ୟ ଜୀବନର ବାସ୍ତବ କଥା ହିଁ କହିଥାଏ । ଜୀବନ ଓ ଜଗତ ଉପରେ ଆଧାରିତ ଚିତ୍ର ଉପରେ ଉପନ୍ୟାସଟିଏ ଗଢ଼ି ଉଠିଥାଏ । ସାଂପ୍ରତିକ କାଳରେ ଉପନ୍ୟାସ ମାନବ ଜୀବନର ସୁଖ-ଦୁଃଖ, ଆଶାଆକାଂକ୍ଷାର ବାର୍ତ୍ତାବହ ହୋଇପାରିଛି ।
ଆଧୁନିକ ଓଡ଼ିଆ କବିତାର ଉନ୍ମେଷ
ସାଧାରଣତଃ ଓଡ଼ିଆ ସାହିତ୍ୟରେ ଆଧୁନିକତାର ପ୍ରବର୍ତ୍ତି କର ସମ୍ମାନ କବି ରାଧାନାଥଙ୍କୁ ଦିଆଯାଇଥିଲେହେଁ ବାସ୍ତବରେ ତା’ଙ୍କ ସହିତ ମଧୁସୂଦନ ଓ ଫକୀରମୋହନ ମଧ୍ୟ ଉକ୍ତ ସମ୍ମାନର ଅଧିକାରୀ । କବି ରାଧାନାଥ ରାୟ ଆଧୁନିକ କାବ୍ୟକ୍ଷେତ୍ରରେ ନୂତନତାର ପରୀକ୍ଷା ଚଳାଇଥିବା ବେଳେ ମଧୁସୂଦନ ଗୀତିକବିତା ଓ ପ୍ରବନ୍ଧ ଏବଂ ଫକୀରମୋହନ ଉଭୟ କଥାସାହିତ୍ୟ ଓ ଗୀତିକବିତା କ୍ଷେତ୍ରରେ ବହୁ ନୂତନତାର ପରୀକ୍ଷା କରି ସଫଳତାର ଅକାରୀ ହୋଇଥିଲେ । ରାଧାନାଥ ପ୍ରଥମେ ଯେଉଁ ପ୍ରାଚୀ ଓ ପାଶ୍ଚାତ୍ୟ ଚିନ୍ତାଧାରାର ସମନ୍ବୟ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ପ୍ରବର୍ତ୍ତନ କଲେ, ମଧୁସୂଦନ ଏବଂ ଫକୀରମୋହନ ତାହାକୁ ଅଧିକ ଲୋକପ୍ରିୟ ଓ ପ୍ରସାରିତ କରିବାରେ ସାହାଯ୍ୟ କରିଥିଲେ ।
ରାଧାନାଥଙ୍କ ସାହିତ୍ୟ ସୃଷ୍ଟି ପୂର୍ବରୁ ଓଡ଼ିଶାର କବିମାନେ ମୁଖ୍ୟତଃ ପୌରାଣିକ ଉପାଖ୍ୟାନ ଅଥବା କାଳ୍ପନିକ ରାଜକୁମାର ଏବଂ ରାଜକୁମାରୀଙ୍କ ପ୍ରଣୟକୁ ଉପଜୀବ୍ୟ କରି କାବ୍ୟ କବିତା ରଚନା କରୁଥିଲେ । ନାନାପ୍ରକାର ଆଳଙ୍କାରିକ କାରୁକାର୍ଯ୍ୟରେ, ଛନ୍ଦ, ସ୍ଵର ଓ ତାଳ ସଂଯୋଗରେ ଏସବୁ କାବ୍ୟ କବିତା ହେଉଥିଲା ସୁସମୃଦ୍ଧ | ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ଭକ୍ତଚରଣ, ଅଭିମନ୍ୟୁ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ, ଗୌରହରି ପରିଛା, ଯଦୁମଣି ପ୍ରଭୃତି ମୁଖ୍ୟତଃ ପୂର୍ବୋକ୍ତ ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟ ପରଂପରାର ଦାୟାଦ । ମାତ୍ର ଓଡ଼ିଶା ଇଂରେଜମାନଙ୍କ ଦ୍ଵାରା ଅଧ୍ଵକୃତ ହେବା ପରେ ଓଡ଼ିଶାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବହୁ ପରିବର୍ତ୍ତନର ସୂତ୍ରପାତ ହେଲା । ଖୋର୍ଦ୍ଧାର ପାଇକ ବିଦ୍ରୋହ, ଲବଣ ଶିଳ୍ପ ବିଲୋପ, ନଅଙ୍କ ଦୁର୍ଭିକ୍ଷ, ଇଂରାଜୀ ଶିକ୍ଷା ବିସ୍ତାର, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା, ନୂତନ ଶାସନ ଓ ବିଚାର ପଦ୍ଧତିର ପ୍ରଚଳନ ଫଳରେ ଏ ଦେଶରେ ଯେ ଏକ ବୈପ୍ଳବିକ ପରିବର୍ତ୍ତନ ଓ ଯୁଗାନ୍ତର ସଂଘଟିତ ହୋଇଥିଲା ଏହା କହିବା ଅନାବଶ୍ୟକ । ଏହିପରି ଏକ ଯୁଗସନ୍ଧିକ୍ଷଣରେ ରାଧାନାଥଙ୍କ ଆବିର୍ଭାବ ଓ ସାହିତ୍ୟ ସାଧନା ।
ରାଧାନାଥଙ୍କ ସାହିତ୍ୟ ସୃଷ୍ଟି ପୂର୍ବରୁ ଓଡ଼ିଶାର କବିମାନେ ମୁଖ୍ୟତଃ ପୌରାଣିକ ଉପାଖ୍ୟାନ ଅଥବା କାଳ୍ପନିକ ରାଜକୁମାର ଏବଂ ରାଜକୁମାରୀଙ୍କ ପ୍ରଣୟକୁ ଉପଜୀବ୍ୟ କରି କାବ୍ୟ କବିତା ରଚନା କରୁଥିଲେ । ନାନାପ୍ରକାର ଆଳଙ୍କାରିକ କାରୁକାର୍ଯ୍ୟରେ, ଛନ୍ଦ, ସ୍ଵର ଓ ତାଳ ସଂଯୋଗରେ ଏସବୁ କାବ୍ୟ କବିତା ହେଉଥିଲା ସୁସମୃଦ୍ଧ | ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ କବି ଭକ୍ତଚରଣ, ଅଭିମନ୍ୟୁ, କବିସୂର୍ଯ୍ୟ ବଳଦେବ ରଥ, ଗୋପାଳକୃଷ୍ଣ, ଗୌରହରି ପରିଛା, ଯଦୁମଣି ପ୍ରଭୃତି ମୁଖ୍ୟତଃ ପୂର୍ବୋକ୍ତ ପ୍ରାଚୀନ ଓ ମଧ୍ୟଯୁଗୀୟ କାବ୍ୟ ପରଂପରାର ଦାୟାଦ । ମାତ୍ର ଓଡ଼ିଶା ଇଂରେଜମାନଙ୍କ ଦ୍ଵାରା ଅଧ୍ଵକୃତ ହେବା ପରେ ଓଡ଼ିଶାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବହୁ ପରିବର୍ତ୍ତନର ସୂତ୍ରପାତ ହେଲା । ଖୋର୍ଦ୍ଧାର ପାଇକ ବିଦ୍ରୋହ, ଲବଣ ଶିଳ୍ପ ବିଲୋପ, ନଅଙ୍କ ଦୁର୍ଭିକ୍ଷ, ଇଂରାଜୀ ଶିକ୍ଷା ବିସ୍ତାର, ମୁଦ୍ରଣ ଯନ୍ତ୍ର ପ୍ରତିଷ୍ଠା, ନୂତନ ଶାସନ ଓ ବିଚାର ପଦ୍ଧତିର ପ୍ରଚଳନ ଫଳରେ ଏ ଦେଶରେ ଯେ ଏକ ବୈପ୍ଳବିକ ପରିବର୍ତ୍ତନ ଓ ଯୁଗାନ୍ତର ସଂଘଟିତ ହୋଇଥିଲା ଏହା କହିବା ଅନାବଶ୍ୟକ । ଏହିପରି ଏକ ଯୁଗସନ୍ଧିକ୍ଷଣରେ ରାଧାନାଥଙ୍କ ଆବିର୍ଭାବ ଓ ସାହିତ୍ୟ ସାଧନା ।
ଫକୀରମୋହନଙ୍କ ଉପନ୍ୟାସ :
ଛ ମାଣ ଆଠଗୁଣ୍ଠ - ୧୮୯୭ ସାଲ
ଲଛମା - ୧୯୦୧ ସାଲ
ମାମୁଁ - ୧୯୧୩ ସାଲ
ପ୍ରାୟଶ୍ଚିତ - ୧୯୧୫ ସାଲ
ଭକ୍ତକବି ମଧୁସୂଦନ
ଓଡ଼ିଆ ସାହିତ୍ୟରେ ନବଯୁଗର ପ୍ରବର୍ତ୍ତକମାନଙ୍କ ମଧ୍ୟରୁ ମଧୁସୂଦନ ରାଓ ଭକ୍ତକବି ନାମରେ ପ୍ରଖ୍ୟାତ । ମୁଖ୍ୟତଃ ବିବିଧ କ୍ଷୁଦ୍ର କବିତା ରଚନା କରି ସେ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଯୁଗାନ୍ତର ଆନୟନ କରି ଅଛନ୍ତି । ପ୍ରାଚୀନ ଗୀତିକବିତାର ପ୍ରବାହ ଯେତେବେଳେ ଗତାନୁଗତିକତାରେ ଆଚ୍ଛନ୍ନ ହୋଇପଡ଼ିଥିଲା, ସେତେବେଳେ ମଧୁସୂଦନହିଁ ଓଡ଼ିଆ ଗୀତି-କବିତା କ୍ଷେତ୍ରରେ ନୂତନ ଭାବନା ଓ ନୂତନ ପ୍ରକାଶ ରୀତି ଅନୁପ୍ରବିଷ୍ଟ କରି ନବୀନ ପରମ୍ପରା ପ୍ରତିଷ୍ଠା କରିବାରେ ସଫଳକାମ ହୋଇଥିଲେ ମଧୁସୂଦନଙ୍କୁ ଆଧୁନିକ ଗୀତିକବିତାର ଜନକ କହିଲେ ଅତ୍ୟୁକ୍ତି ହେବନାହିଁ । ମଧୁସୂଦନ ସର୍ବାଦୌ ଓଡ଼ିଆ ସାହିତ୍ୟରେ ଚତୁର୍ଦ୍ଦଶପଦୀ କବିତା (ସନେଟ୍), ସମ୍ବୋଧନ ଗୀତିକା (ଓଡ), ଶୋକ ଗୀତିକା ପ୍ରଭୃତି ପାଶ୍ଚାତ୍ୟ ଗୀତିକାବ୍ୟ ରୂପକୁ ଅନୁପ୍ରବିଷ୍ଟ ତଥା ପ୍ରତିଷ୍ଠିତ କରିଯାଇଅଛନ୍ତି ।
ଆଦର୍ଶବାଦୀ ମଧୁସୂଦନଙ୍କ ବ୍ୟକ୍ତିଗତ ଜୀବନ ଥିଲା ସଂଯତ, ମହିମୋଜ୍ଜଳ ।
ପଲ୍ଲୀକବି ନନ୍ଦକିଶୋର
ରାଧାନାଥ, ମଧୁସୂଦନ ଓ ଫକୀରମୋହନ ପ୍ରଭୃତିଙ୍କଦ୍ଵାରା ଆଧୁନିକ ଓଡ଼ିଆ ଗୀତି କାବ୍ୟର ଯେଉଁ ଭିତ୍ତି ସ୍ଥାପିତ ହୋଇଥୁଲା, ନନ୍ଦକିଶୋର ତାହାରି ଉପରେ ଏକ ମନୋଜ୍ଞ ଅଟ୍ଟାଳିକା ନିର୍ମାଣ କରିଯାଇଅଛନ୍ତି । ନନ୍ଦକିଶୋରହିଁ ରାଧାନାଥ, ମଧୁସୂଦନ ଓ ଫକୀରମୋହନଙ୍କ ଉପଯୁକ୍ତ ଦାୟାଦ ଓ ସୁଯୋଗ୍ୟ ଉତ୍ତର-ସାଧକ । ରାଧାନାଥଙ୍କ ରୂପ-ପ୍ରୀତି, ମଧୁସୂଦନଙ୍କ ଧର୍ମବିଶ୍ଵାସ ଓ ଫକୀରମୋହନଙ୍କ ସାରଲ୍ୟ ଓ ଜୀବନର ବାସ୍ତବ ଚିତ୍ରାଙ୍କନର ସୁସମାବେଶ ଓ ସମନ୍ଵୟ କବି ନନ୍ଦକିଶୋରଙ୍କ ସୃଷ୍ଟିରେ ଦେଖିବାକୁ ମିଳିଥାଏ ।
ଓଡ଼ିଆ ପ୍ରବନ୍ଧ ସାହିତ୍ୟରେ ଜଣେ ବିଶିଷ୍ଟ ପ୍ରାବନ୍ଧିକ ଭାବରେ ପଣ୍ଡିତ ନୀଳକଣ୍ଠ ସ୍ୱନାମଧନ୍ୟ । ବିଂଶ ଶତକର ଆଦି ପାଦରୁ ଷାଠିଏ ଦଶକ ପର୍ଯ୍ୟନ୍ତ ପ୍ରାୟ ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ୱକାଳ ଧରି ସେ ପ୍ରବନ୍ଧ ରଚନାରେ ମନୋନିବେଶ କରିଥିଲେ । ତାଙ୍କ ପ୍ରବନ୍ଧଗୁଡ଼ିକ ବୁଦ୍ଧିଦୀପ୍ତ ଓ ଏଥିରେ ଲେଖକଙ୍କ ନୂତନ ଦୃଷ୍ଟିଭଙ୍ଗୀ ପରିଲକ୍ଷିତ । ମୌଳିକ ଚିନ୍ତାଶୀଳତା, ପାଣ୍ଡିତ୍ୟ ଓ ସମାଜ ସଂସ୍କାର ତାଙ୍କ ପ୍ରବନ୍ଧଗୁଡ଼ିକୁ ମର୍ଯ୍ୟାଦାବନ୍ତ କରିଛି ।
ବାସ୍ତବ ଜୀବନକୁ ଭଲ ରୂପେ ଦେଖି ପରଖି ଦେବାକୁ ସମସ୍ତଙ୍କର ବ୍ୟାକୁଳତା ରହିଛି । କେବଳ ଖଣ୍ଡ ଜୀବନକୁ ଉପଭୋଗ କରି ଆମେ ସର୍ବଦା ସନ୍ତୁଷ୍ଟ ହୋଇ ନ ପାରୁ । ଜୀବନର ଖଣ୍ଡିତ ଶୋଭା ଆଗେ କ୍ଷୁଦ୍ର ଗଳ୍ପ ଜରିଆରେ ଉପଭଗ କଲେ ହେ ଅନେକ ସମୟରେ ଜୀବନର ପୂର୍ଣ୍ଣ ତଥ୍ୟ ପାଇଁ ଆମେ ବ୍ୟାକୁଲଭା ପ୍ରକାଶ କରୁ । ସେଥିଲାଗି ଆଜି ଉପନ୍ୟାସର ଏତେ ଆଦର ।
ସଚ୍ଚି ରାଉତରାୟ ଓଡ଼ିଆ ସାହିତ୍ୟର ଶ୍ରେଷ୍ଠ କବି, ସୁଦକ୍ଷ ଗଦ୍ୟ ଶିଳ୍ପୀ, ବାସ୍ତବ ଜୀବନର କଥାକାର ସଚ୍ଚି ରାଉତରାୟ । ଓଡ଼ିଶାରେ ମୁଖ୍ୟତଃ ସେ କବି ଭାବେ ପରିଚିତ; କିନ୍ତୁ ଜଣେ ବିଶିଷ୍ଟ ଔପନ୍ୟାସିକ ଭାବେ ତାଙ୍କୁ କମ୍ ଜାଣନ୍ତି । ଏଇ ଯଶସ୍ବୀ ସାରସ୍ଵତ ସାଧକଙ୍କ ଜନ୍ମ ହୋଇଥିଲା ୧୯୧୬ ମସିହା ମଇ ମାସ ୧୩ ତାରିଖ ଦିନ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଗ୍ରାମରେ । କମ୍ ବୟସରୁ ସାହିତ୍ୟ ସାଧନାରେ ମନୋନିବେଶ କରି ଜୀବନର ଶେଷ ଯାଏଁ ତାକୁ ଅବ୍ୟାହତ ରଖୁଥିଲେ ।
କଥାକାର ଗୋଦାବରୀଶ ମହାପାତ୍ର : (୧୮୯୮-୧୯୬୫)
ଉନବିଂଶ ଓ ବିଂଶ ଶତାବ୍ଦୀର ସନ୍ଧିକ୍ଷଣରେ ଗୋଦାବରୀଶ ମହାପାତ୍ରଙ୍କର ଜନ୍ମ (୧୮୯୮) ପୁରୀଜିଲ୍ଲା ଅନ୍ତର୍ଗତ ବାଣପୁରର କୁମାରଙ୍ଗ ଶାସନରେ । ସତ୍ୟବାଦୀ ବନ ବିଦ୍ୟାଳୟରେ ତାଙ୍କର ଶିକ୍ଷା । ସତ୍ୟବାଦୀ ଗୋଷ୍ଠୀଙ୍କ ଆଦର୍ଶରେ ତାଙ୍କର ଜୀବନ ନିୟନ୍ତ୍ରିତ । ଊନବିଂଶ ଶତାବ୍ଦୀର ସକଳ ଜାତୀୟ ଓ ସାମାଜିକ ବିପର୍ଯ୍ୟୟ ମଧ୍ୟ ଦେଇ ଶେଷ ବେଳକୁ ଜାତୀୟତାର ଯେଉଁ ନବଜାଗରଣ ଦେଖା ଦେଇଥିଲା ତାହା ବିଂଶ ଶତାବ୍ଦୀର ସତ୍ୟବାଦୀ ଆନ୍ଦୋଳନ ମଧ୍ୟରେ ପୂର୍ଣ୍ଣ ବିକଶିତ ରୂପ ଧାରଣ କରିଥିଲା । ଉଗ୍ର ଉତ୍କଳୀୟ ଜାତୀୟ ସ୍ବାଭିମାନର ପ୍ରତିଷ୍ଠା ସହିତ ମହାଭାରତୀୟତା ଓ ବିଶ୍ୱବୋଧ ଏ ସମୟକୁ ସ୍ପଷ୍ଟ ହୋଇ ଉଠିଲା । ହୃତ ଗୌରବ ଓଡ଼ିଆ ଜାତିର ଅନ୍ତର ଭିତରେ ସତ୍ୟବାଦୀର ବୀଣା-ଝଙ୍କାର ଯେପରି ସୃଷ୍ଟି କଲା ନୂତନ ଆତ୍ମପ୍ରତ୍ୟୟ । ଇତିହାସର ଦର୍ପିତ ଦୃଷ୍ଟିଭଙ୍ଗୀ ଭିତରେ ଯେପରି ଜାତିର ହୃଦୟତନ୍ତ୍ରୀରେ ବାଜି ଉଠିଲା ଜାତୀୟତାର ମଧୁର କଳତାନ । ଜାତିର ଏହି ନବଜାଗରଣ କାଳରେ ସଂସ୍କାର, ସଂସ୍କୃତି ଓ ସାହିତ୍ୟର ହେଲା ନୂତନ ଜୈତ୍ର ଯାତ୍ରା । ଏହି ଅବକାଶରେ ଜାତିପ୍ରାଣ ଶିଳ୍ପୀ ଗୋଦାବରୀଶଙ୍କ ସାରସ୍ବତ ପ୍ରତିଭାର ହେଲା ବିକଚ ବିକାଶ । ବିଂଶ ଶତାବ୍ଦୀର ଦ୍ବିତୀୟ ଦଶକରେ ସତ୍ୟବାଦୀ ବନବିଦ୍ୟାଳୟର ଛାତ୍ର ଥିଲାବେଳେ ଗୋଦାବରୀଶଙ୍କର ସାରତ ପ୍ରତିଭାର ଆଦ୍ୟ ପରିଚୟ ‘ବାଣପୁର’ (୧୯୧୪) କବିତାରେ ମିଳେ । ତୃତୀୟ ଦଶକରୁ ଏହି ପ୍ରତିଭାର ବହୁମୁଖୀ ବିକାଶ ସକଳ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ପ୍ରତିକୂଳ ପରିବେଶ ମଧ୍ୟରେ ଘଟିବାକୁ ଲାଗିଲା । ସରକାରୀ ବୃଦ୍ଧି ନ କରି ସ୍ୱାଧୀନ ଭାବରେ ଜୀବନ କଟାଇ ସାହିତ୍ୟ ସୃଷ୍ଟିକୁ ସେ ଜୀବନର ଏକମାତ୍ର ସାଥୀ କରିନେଲେ । “ନିଆଁଖୁଣ୍ଟା” (୧୯୩୮) ପତ୍ରିକା ସମ୍ପାଦନ କରି ତା’ରି ମାଧ୍ୟମରେ ଆପଣାର ସ୍ଵାଧୀନ ଚିନ୍ତାକୁ ବ୍ୟକ୍ତ କଲେ । ରାଜନୀତିକ-ସାମାଜିକ-ପ୍ରାଶାସନିକ ସ୍ଖଳନକୁ ସେ ବିଦ୍ରୁପ କଲେ । ମୃତ୍ୟୁ ପର୍ଯ୍ୟନ୍ତ (୧୯୬୫) ସେ ତାଙ୍କର ଆଦର୍ଶରୁ ବିଚ୍ୟୁତ ହୋଇ ନ ଥିଲେ।
କବି ବିନୋଦ ଚନ୍ଦ୍ର ନାୟକଙ୍କ କାବ୍ୟ ବିକାଶର ଭୂମି ଓ ଭୂମିକା ନିର୍ଦ୍ଧାରଣ ଆଲୋଚନାର ଉଦ୍ଦେଶ୍ୟ । କାବ୍ୟ କ୍ଷେତ୍ରରେ ଗୃହୀତ ଭାବବସ୍ତୁ (Theme) ଗୁଡ଼ିକର ପ୍ରକାଶ ଓ ବିକାଶ ସହିତ ପ୍ରତୀକ ନିବିଡ଼ ଭାବରେ ସଂପର୍କିତ । ସମୟ କ୍ରମରେ ହେଉ ବା ମାନସିକ ସ୍ତରରେ ହେଉ କବି ମନକୁ ଆଚ୍ଛନ୍ନ କରୁଥିବା ଭାବ ବସ୍ତୁ ଟିଏ ବିଭିନ୍ନ କବିତା ଭିତରେ ବିତର୍କିତ ହେଉଥାଏ । କବିର ସୌଭାଗ୍ୟ ଥିଲେ ଏହି ଭାବବସ୍ତୁର ଏକ ନିଷ୍ପନ୍ନ ରୂପ ଅର୍ଥାତ୍ ବିଶ୍ଵ ଦୃଷ୍ଟି (Vision) କେବେ ପ୍ରକାଶିତ ହୋଇଯାଏ। ଏହି ପ୍ରକାଶରେ କବି ଅବଲମ୍ବନ କରୁଥିବା ପ୍ରତୀକର ମଧ୍ୟ ଅର୍ଥ ସୃଷ୍ଟ ହୋଇଯାଏ। ଏହି ନିଷ୍ପନ୍ନ ପ୍ରତୀକକୁ ସମୟ ଓ ଭାବ ଉଭୟର କ୍ରମରେ ଆଲୋଚନା କରାଯିବା ଦରକାର ମନେ ହୁଏ l
ସନ୍ଧି ତିନି ପ୍ରକାରର : ଯଥା - ସ୍ୱର ସନ୍ଧି,ବ୍ୟଞ୍ଜନ ସନ୍ଧି ଓ ବିସର୍ଗ ସନ୍ଧି
ବର୍ତ୍ତମାନ ପୃଥିବୀରେ ପ୍ରାୟ ୨୭୯୬ ଭାଷା କଥିତ ହେଉଅଛି । ଏଗୁଡ଼ିକୁ କେତୋଟି ଭାଷା ପରିବାରରେ ଅନ୍ତର୍ଭୁକ୍ତ କରାଯାଇଥାଏ । ଏହି ଭାଷା ପରିବାରଗୁଡ଼ିକ ମଧ୍ୟରେ ୮ଟି ପରିବାର ମୁଖ୍ୟ । ଯଥା ଇଣ୍ଡୋ-ୟୁରୋପୀୟ ବା ଇଣ୍ଡୋଜର୍ମାନିକ୍, ସେମିଟିକ୍-ହେମିଟିକ୍ସ , ଫିନୋ-ଉଗ୍ରୀଆନ୍, ତୁର୍କୀ-ମଙ୍ଗୋଲ-ମାଞ୍ଚୁ , ଇଣ୍ଡୋ-ଚାଇନିଜ୍ ବା ଚିନୋ-ତିବବତାନ୍, ଦ୍ରାବିଡ଼, ବାନ୍ଟୁ ଓ ଅଷ୍ଟିକ୍ ଭାଷା ପରିବାର ।କେବଳ ଭାରତବର୍ଷରେ ନୁହେଁ ବ୍ରହ୍ମଦେଶ, ଇଣ୍ଡୋଚୀନ୍, ମାଳୟ, ନିକୋବର, ଇଣ୍ଡୋନେସିଆ, ପଲିନେସିଆ, ପ୍ରଶାନ୍ତମହାସାଗରୀୟ ଦ୍ୱୀପପୁଞ୍ଜ, ଅଷ୍ଟ୍ରେଲିଆ ଓ ଆଫ୍ରିକାରେ ବିପୁଳ ସଂଖ୍ୟାରେ ଆଦିବାସୀମାନେ ବାସକରୁଛନ୍ତି । ପ୍ରତ୍ନତାତ୍ତିକମାନେ ବିଶ୍ବାସ କରନ୍ତି ଯେ ଏକଦା ‘ଗଣ୍ଡୱାନା ଲ୍ୟାଣ୍ଡ ନାମକ ଏକ ବିରାଟ ଭୂଖଣ୍ଡର ଏମାନେ ଥିଲେ ଅଧିବାସୀ । କାଳକ୍ରମେ ଏହି ବିରାଟ ଭୂଖଣ୍ଡ ଖଣ୍ଡବିଖଣ୍ଡ ହୋଇଯାଇଛି ଓ ତେଣୁ ଆଦିବାସୀମାନେ ପରସ୍ପରଠାରୁ ବିଚ୍ଛିନ୍ନ ହୋଇଯାଇଛନ୍ତି । ତଥାପି ସେମାନଙ୍କ ମଧ୍ୟରେ ସାଂସ୍କୃତିକ ଓ ଭାଷାଗତ ସାମଞ୍ଜସ୍ୟ ଲକ୍ଷ୍ୟ କରାଯାଇଥାଏ ।
ଓଡ଼ିଶାର ଆଦିବାସୀ ଭାଷାଗୁଡ଼ିକ ଦୁଇ ଭାଗରେ ବିଭକ୍ତ କରାଯାଇପାରେ ।