Pay on: 8763232327@ybl

After payment fill the form
https://forms.gle/a89NGkTPPppVEXJSA
ଆପଣ ପଇସା ପଠେଇଥିବା ଫୋନ ନମ୍ବର ସହ Email ID କୁ ମାତୃଏକାଡେମୀ ର WhatsApp ନମ୍ବର 8763232327କୁ ପଠାଇ ଦିଅନ୍ତୁ| 24 ଘଣ୍ଟା ଭିତରେ ଆପଣ ପାଠ୍ୟକ୍ରମର ଲାଭ ନେଇପାରିବେ
ଏହି କୋର୍ସ ଓଡିଆ ଭାଷା ଓ ସାହିତ୍ୟର ଅଭ୍ୟାସରେ ଦକ୍ଷତା ବୃଦ୍ଧି କରିବା ସହିତ ସିଭିଲ୍ ସର୍ଭିସ ମୁଖ୍ୟ ପରୀକ୍ଷାରେ ସଫଳତା ପ୍ରାପ୍ତିରେ ସାହାଯ୍ୟ କରିବ।
ଓଡ଼ିଆ ଭାଷା ଓ ଓଡ଼ିଶାର ଇତିହାସ ଦୃଷ୍ଟିରୁ ମାଦଳାପାଞ୍ଜି ଏକ ଜାତୀୟ ସମ୍ପଦ । ଏହାର ରଚନାକାଳ ସମ୍ପର୍କରେ ବିଭିନ୍ନ ମତ ପରିଦୃଷ୍ଟ ହୁଏ । ଏହାର ରଚନାକାଳର ଆରମ୍ଭ ସମ୍ପର୍କରେ ଯେଉଁ ମତଗୁଡ଼ିକ ପରିଦୃଷ୍ଟ ହୁଏ, ସେଗୁଡ଼ିକୁ ମୁଖ୍ୟତଃ ଦୁଇଭାଗରେ ବିଭକ୍ତ କରାଯାଇପାରେ । ଷୋଡ଼ଶ ଶତାବ୍ଦୀ ପୂର୍ବବର୍ତ୍ତୀ ରଚନା ରୂପେ ପରିଦୃଷ୍ଟ ମତ ଓ ଷୋଡ଼ଶ ଶତାବ୍ଦୀ ପରବର୍ତ୍ତୀ ରଚନା ରୂପେ ପରିଦୃଷ୍ଟ ମତ । ପ୍ରଥମ ମତର ପରିପୋଷକ ହେଉଛନ୍ତି ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ , ପଣ୍ଡିତ ଆର୍ତ୍ତବଲ୍ଲଭ ମହାନ୍ତି , ପ୍ୟାରୀମୋହନ ଆଚାର୍ଯ୍ୟ , ପଣ୍ଡିତ କୃପାସିନ୍ଧୁ ମିଶ୍ର (ଓ ଦ୍ବିତୀୟ ମତର ପରିପୋଷକ ହେଉଛନ୍ତି ଡଃ ହରେକୃଷ୍ଣ ମହତାବ , ପଣ୍ଡିତ ନୀଳକଣ୍ଠ ଦାସ , ଡଃ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ , ଡଃ କୁଞ୍ଜବିହାରୀ ତ୍ରିପାଠୀ , ମନମୋହନ ଚକ୍ରବର୍ତ୍ତୀ , ଡଃ ସୁନୀତି କୁମାର ଚାଟାର୍ଜୀ , ରମାପ୍ରସାଦ ଚାନ୍ଦ , ଡଃ ଖଗେଶ୍ୱର ମହାପାତ୍ର , ଇତ୍ୟାଦି ।
ବାକ୍ୟ-ବିଜ୍ଞାନ (Syntax)
ବାକ୍ୟବିଜ୍ଞାନରେ ବାକ୍ୟ ଗଠନ ପ୍ରକ୍ରିୟା ସମ୍ପର୍କରେ ବର୍ଣ୍ଣନାତ୍ମକ, ତୁଳନାତ୍ମକ ଓ ଐତିହାସିକ ଦୃଷ୍ଟିକୋଣରୁ ଅଧୟନ କରାଯାଇଥାଏ । ବାକ୍ୟର ସାଧାରଣ ସଂଜ୍ଞା ହେଉଛି, ପୂର୍ଣ୍ଣ ରୂପେ ମନର ଭାବପ୍ରକାଶ କରୁଥିବା ସାର୍ଥକ ପଦ ବା ପଦ ସମୂହର ସମାହାର ହେଉଛି ବାକ୍ୟ ।” ଭାରତୀୟ ଭାଷାବିତ୍ ପତଞ୍ଜଳି (ଆନୁମାନିକ ଖ୍ରୀ:ପୂ: ୧୫୦) ଏବଂ ୟୁରୋପୀୟ ବିଦ୍ବାନ୍ ଥାସ (ଖ୍ରୀ:ପୂ: ପ୍ରଥମ ଶତାବ୍ଦୀ) ପ୍ରଭୃତି ଏପରି ମତର ପ୍ରବକ୍ତା ଥିଲେ । ବାକ୍ୟ ହେଉଛି ଭାଷାର ମୂଳଭିତ୍ତି । ମାନବର ଚିନ୍ତା, ଉପଲବ୍ଧି , ଅଭିବ୍ୟକ୍ତି ସବୁ ଏହି ବାକ୍ୟଦ୍ୱାରା ହିଁ ସମ୍ଭବ ହୋଇଥାଏ । ତେବେ ବାକ୍ୟ ଶବ୍ଦମାନଙ୍କର ସମାହାର କି ‘ଶବ୍ଦ ବାକ୍ୟର କୃତ୍ରିମ ଖଣ୍ଡ’ -ଏ ସମ୍ପର୍କରେ ମତଦ୍ଵିଧା ରହିଛି । ଅନ୍ଵିତାଭିଧାନବାଦ ଅନୁଯାୟୀ ବାକ୍ୟ ହିଁ ମୂଳସଭା, ଶବ୍ଦ ଏହାର ଖଣ୍ଡିତ ଅଂଶ, କିନ୍ତୁ ଅଭିହିତାନ୍ୱୟବାଦ ଅନୁଯାୟୀ ପଦ ହିଁ ମୂଳସତ୍ତା ଓ ବାକ୍ୟ ଏହି ପଦମାନଙ୍କର ଯୋଗଦ୍ବାରା ଗଠିତ ରୂପ । ଭର୍ତ୍ତୃହରି ତାଙ୍କର ‘ବାକ୍ୟପଦୀୟ’ ଗ୍ରନ୍ଥର ବ୍ରହ୍ମକାଣ୍ଡରେ ଉଲ୍ଲେଖ କରିଛନ୍ତି ଯେ ବାକ୍ୟ ହିଁ ମୂଳସଭା । ପୃଥିବୀରେ ଏପରି ଅନେକ ଭାଷା ଅଛି, ଯହିଁରେ ବାକ୍ୟର ଶବ୍ଦ ରୂପରେ କୃତ୍ରିମ ବିଭାଜନ ନାହିଁ । ଏପରି ଭାଷାମାନଙ୍କରେ ବାକ୍ୟ ଅଛି, ଶବ୍ଦ ନାହିଁ ।ମୋଟାମୋଟି ଭାବରେ ବାକ୍ୟର ଭାଷାତାତ୍ତ୍ଵିକ ସଂଜ୍ଞା ହେଉଛି—ଏହା ସାର୍ଥକ ଧ୍ବନିମାନଙ୍କର ସମଷ୍ଟି ଯାହା ସମ୍ପୂର୍ଣ ଭାବପ୍ରକାଶ ଦୃଷ୍ଟିରୁ ଅପୂର୍ଣ୍ଣ ହେଲେହେଁ ବ୍ୟାକରଣିକ ଦୃଷ୍ଟିରୁ ସ୍ୱୟଂସମ୍ପୂର୍ଣ୍ଣ ଓ ଯହିଁରେ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଚିନ୍ତାଧାରାର ଆଭାସ ମିଳେ ।